peperonity.net
Welcome, guest. You are not logged in.
Log in or join for free!
 
Stay logged in
Forgot login details?

Login
Stay logged in

For free!
Get started!

Guestbook


odiasong.peperonity.net

ପୁଅରେ, ତୁ ବାପା ହେଲେ ଜାଣିବୁ

ଝାଡେଶ୍ଵର ଖଣ୍ଡା

ପୁରୁଣା କଥା ମନେପଡୁଛି୤ ରେଭେନ୍ସା କଲେଜ ହଷ୍ଟେଲରେ ରହି ପଢୁଥିଲୁ୤ ପ୍ରତି ଶନିବାର ଦିନ ମୁଁ ଗାଁକୁ ଆସେ ଆଉ ସୋମବାର ଦିନ ସକାଳୁ ସକାଳୁ ବସ୍‌ ଧରି କଟକ ଯାଉଥାଏ୤ ପ୍ରାୟ ସବୁ ସୋମବାର ଦିନ ସକାଳୁ ମୁଁ ଜଳଖିଆ ଖାଇ ବାହାରିଲାବେଳକୁ ଦେଖେ ମୋ ବ୍ୟାଗଟା ନାହିଁ୤ ବୁଝିଲାବେଳକୁ କ’ଣନା ବାପା ବ୍ୟାଗଟିକୁ ନେଇ ଘର ବାହାରେ ବାରଣ୍ଡାରେ ଥୋଇ ଦେଇଛନ୍ତି୤ ମୁଁ ଟିକେବିରକ୍ତ ହୋଇ ‘କାହିଁକି ମୋ ବ୍ୟାଗଟା ଏତେ ସକାଳୁ ନେଇ ବାହାରେ ରଖି ଦେଇଛ ବୋଲି’ ପଚାରିଲା ବେଳକୁ ସେ କୁହନ୍ତି ‘ଆରେ ପାଞ୍ଜି ଦେଖିଲି ଆଜି ତୋ କୁମ୍ଭରାଶି ପାଇଁ ସାତଟା ପରେ ଘାତଚନ୍ଦ୍ର ଅଛି୤ ଆଉ ପାଞ୍ଚଟା ପଇଁଚାଳିଶଠୁ ଛଅଟା ପନ୍ଦର ଯାଏଁ ମାହେନ୍ଦ୍ରବେଳା ଅଛି, ତେଣୁ ସେଇ ସମୟ ଭିତରେ ମୁଁ ତୋ ବ୍ୟାଗ୍‌ଟିକୁ ଆଣି ଘର ବାହାରେ ରଖି ଦେଇଛି୤ ହଉ, ଶୀଘ୍ର ବାହାର ଡେରି ହୋଇଗଲାଣି, ବସ୍‌ଷ୍ଟାଣ୍ଡ ଯିବା’୤ ତା’ପରେ ସେ ମୋ ପଛେ ପଛେ ଚାଲିଥିବେ୤ ମୁଁ ମନେ ମନେ ବିରକ୍ତ ହେଉଥିବି୤ ସେକିନ୍ତୁ ପଛେ ପଛେ ଚାଲିଥିବେ୤
ବସ୍‌ଷ୍ଟାଣ୍ଡରେ ଆରମ୍ଭ ହୋଇଯିବ ତାଙ୍କ ପ୍ରବଚନ୤ ‘କଟକ ସହର, ଟିକେ ଦେଖିକି ଚଳିବୁ୤ କାହା ସାଥିରେ ଗଣ୍ଡଗୋଳ କରିବୁ ନାହିଁ୤ ସିଧା ସିଧା କଲେଜକୁ ଯିବୁ ଆଉ ହଷ୍ଟେଲକୁ ଆସିବୁ୤ ବେଶୀ ଗୁଡ଼େ ସାଇକେଲ ଚଲେଇ ବୁଲିବୁ ନାହିଁ୤ ଗାଡ଼ି ମଟରଦେଖିକି ଯିବୁ୤ ସଦାବେଳେ ବାଁକୁ କାଟି ଚଲେଇବୁ୤ ବଜାରରୁ ୟ୍ୟାଡୁ ସ୍ୟାଡୁ ଗୁଡ଼େ କିଣିକି ଖାଇବୁ ନାହିଁ… ଇତ୍ୟାଦି ଇତ୍ୟାଦି ଚାଲିବ ଯେ ଚାଲିବ, ନନ୍‌ଷ୍ଟପ୍‌


This page:




Help/FAQ | Terms | Imprint
Home People Pictures Videos Sites Blogs Chat
Top
.