peperonity.net
Welcome, guest. You are not logged in.
Log in or join for free!
 
Stay logged in
Forgot login details?

Login
Stay logged in

For free!
Get started!

Text page


bikash - Newest pictures
pcsr.peperonity.net

ପାଲା

ପାଲା ଏକ ପାରମ୍ପାରିକ ଓ ବିଦଗ୍ଧ ଓଡ଼ିଆ ଗୀତ-ନାଟ/ ନୃତ୍ୟ କଳା । ଏହା ଏକ ଅତି ପୁରାତନ ଲୋକନାଟ୍ୟ । ପାଲା ସାଧାରଣତଃ ୬ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଇତିହାସ ଜଣେ ଗାୟକ, ଜଣେ ବାୟକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ଅତି ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବିଶେଷତା ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । http://www.nabakalika.in


This page:




Help/FAQ | Terms | Imprint
Home People Pictures Videos Sites Blogs Chat
Top
.